ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ଭା.ପ୍ର.ସେ
ମୁଖ୍ୟ ସଚିବ
ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ
ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ
ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ , ଭା.ପ୍ର.ସେ
ନିର୍ଦ୍ଦେଶକ, କୃଷି ଏବଂ
ଖାଦ୍ୟ ଉତ୍ପାଦନ
ଇ-ରୋଗ ପୋକ ବିଷୟରେ
ଫସଲ ଉତ୍ପାଦନ ଓ ଉତ୍ପାଦକତା ନିମିତ୍ତ
ରୋଗପୋକ ପରିଚାଳନାର ବିଶେଷ ଭୂମିକା ରହିଛି | ସଠିକ୍ ସମୟ ଓ ଉପାୟରେ ରୋଗପୋକ ପରିଚାଳନା
ଦ୍ଵାରା ଫସଲ ପରିବେଷ୍ଟନୀରେ ଉପକାରୀ ପରଭୋଜୀ ଓ ପରାଶ୍ରୟୀ ପୋକମାନଙ୍କର ବଂଶବୃଦ୍ଧି ହେବା
ସହିତ ଫସଲକୁ ଅନେକ କ୍ଷତିକାରକ ରୋଗପୋକ ଆକ୍ରମଣରୁ ରକ୍ଷା କରାଯାଇଥାଏ | ଏହି ରୋଗପୋକ
ପରିଚାଳନାକୁ ଠିକ୍ ସମୟରେ ଓ ସଠିକ୍ ଭାବେ ଉପଯୋଗ ନିମିତ୍ତ ସର୍ବେକ୍ଷଣର ଆବଶ୍ୟକତ ରହିଛି |
ସର୍ବେକ୍ଷଣ ଦ୍ଵାରା ରୋଗପୋକକୁ ଠିକ୍ ଭାବେ ଚିହ୍ନି ହୁଏ ଓ ଉପକାରୀ ପୋକମାନଙ୍କ ସଂଖ୍ୟା
ଜାଣି ହୁଏ, ଫଳରେ ଏକ ପରିବେଶ ମିତ୍ର ପରିଚାଳନା ପଦ୍ଧତି ପ୍ରୟୋଗ ମାଧ୍ୟମରେ ସ୍ୱଳ୍ପ ବ୍ୟୟରେ
ରୋଗପୋକଙ୍କୁ ନିୟନ୍ତ୍ରଣରେ ରଖାଯାଇଥାଏ | ଏହାକୁ ସହଜରେ ଚାଷୀ କ୍ଷେତରେ ଉପଯୋଗ କରିବା ପାଇଁ
୨୦୧୦ ମସିହାରୁ ଇ-ରୋଗପୋକ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି | ଏବେ ଅନୁଭବ କରାଗଲା ଯେ
ଏହି ମାଧ୍ୟମରେ ଚାଷୀମାନଙ୍କୁ ଦିଆଯାଇଥିବା ରୋଗପୋକ ପରିଚାଳନା ସମ୍ବଦ୍ଧିୟ ପରାମର୍ଶ
ସମୟସାପେକ୍ଷ | ତେଣୁ, ଏହାକୁ ଅଧିକ କୃଷକ ଉପଯୋଗୀ ଓ ସହଜ କରିବାପାଇଁ ମୋବାଇଲ୍ ଆପ୍ ର
ପ୍ରବର୍ତ୍ତନ କରାଗଲା |