Error message

  • Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).
  • Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).

ଇ-ରୋଗ ପୋକ ବିଷୟରେ

ଫସଲ ଉତ୍ପାଦନ ଓ ଉତ୍ପାଦକତା ନିମିତ୍ତ ରୋଗପୋକ ପରିଚାଳନାର ବିଶେଷ ଭୂମିକା ରହିଛି | ସଠିକ୍ ସମୟ ଓ ଉପାୟରେ ରୋଗପୋକ ପରିଚାଳନା ଦ୍ଵାରା ଫସଲ ପରିବେଷ୍ଟନୀରେ ଉପକାରୀ ପରଭୋଜୀ ଓ ପରାଶ୍ରୟୀ ପୋକମାନଙ୍କର ବଂଶବୃଦ୍ଧି ହେବା ସହିତ ଫସଲକୁ ଅନେକ କ୍ଷତିକାରକ ରୋଗପୋକ ଆକ୍ରମଣରୁ ରକ୍ଷା କରାଯାଇଥାଏ | ଏହି ରୋଗପୋକ ପରିଚାଳନାକୁ ଠିକ୍ ସମୟରେ ଓ ସଠିକ୍ ଭାବେ ଉପଯୋଗ ନିମିତ୍ତ ସର୍ବେକ୍ଷଣର ଆବଶ୍ୟକତ ରହିଛି | ସର୍ବେକ୍ଷଣ ଦ୍ଵାରା ରୋଗପୋକକୁ ଠିକ୍ ଭାବେ ଚିହ୍ନି ହୁଏ ଓ ଉପକାରୀ ପୋକମାନଙ୍କ ସଂଖ୍ୟା ଜାଣି ହୁଏ, ଫଳରେ ଏକ ପରିବେଶ ମିତ୍ର ପରିଚାଳନା ପଦ୍ଧତି ପ୍ରୟୋଗ ମାଧ୍ୟମରେ ସ୍ୱଳ୍ପ ବ୍ୟୟରେ ରୋଗପୋକଙ୍କୁ ନିୟନ୍ତ୍ରଣରେ ରଖାଯାଇଥାଏ | ଏହାକୁ ସହଜରେ ଚାଷୀ କ୍ଷେତରେ ଉପଯୋଗ କରିବା ପାଇଁ ୨୦୧୦ ମସିହାରୁ ଇ-ରୋଗପୋକ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି | ଏବେ ଅନୁଭବ କରାଗଲା ଯେ ଏହି ମାଧ୍ୟମରେ ଚାଷୀମାନଙ୍କୁ ଦିଆଯାଇଥିବା ରୋଗପୋକ ପରିଚାଳନା ସମ୍ବଦ୍ଧିୟ ପରାମର୍ଶ ସମୟସାପେକ୍ଷ | ତେଣୁ, ଏହାକୁ ଅଧିକ କୃଷକ ଉପଯୋଗୀ ଓ ସହଜ କରିବାପାଇଁ ମୋବାଇଲ୍ ଆପ୍ ର ପ୍ରବର୍ତ୍ତନ କରାଗଲା |